ପୃଷ୍ଠା:Akashare Luchakali.pdf/୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆକାଶରେ ଲୁଚକାଳି
୨୦
 

ଧାରରେ ଛାଇ ଆଲୁଅର ଢେଉ ଦେଖାଯାଏ । ପୃଥିବୀ ପୃଷ୍ଠରେ ଛାଇର ଅନେକ ଧାର ପୂର୍ବରୁ ପଶ୍ଚିମକୁ ଦଉଡିଲା ଭଳି ଦେଖାଯାଏ । ଏହାକୁ ଛାଇ ଲହରୀ (ସ୍ୟାଡୋ ବ୍ୟାଣ୍ଡ) କୁହାଯାଏ ।

[[ଫାଇଲ:|401px|page=22]]

ସୂର୍ଯ୍ୟ ପୂରା ଲୁଚିଯିବା ଆଗରୁ ସରୁ ଆଲୁଅ ଧାରଟି ଖଣ୍ତ ଖଣ୍ତ ହୋଇଯାଏ । ସୂର୍ଯ୍ୟର ପୂର୍ବ ପଟ ଧାରରେ ଆଲୋକର କେତୋଟି ବିନ୍ଦୁ ମୋତି ଭଳି ଦେଖାଯାଏ । ଏହାକୁ ମୋତି ମାଳ (ବେଲି ବିଡ଼୍‌ସ୍) କୁହାଯାଏ । ଚନ୍ଦ୍ର ପୃଷ୍ଠରେ ଥିବା ପାହାଡ଼ ମଝିରେ ଥିବା ଫାଙ୍କରେ ଅଳ୍ପ ସୂର୍ଯ୍ୟ ଆଲୁଅ ଆସି ଏହି ଦୃଶ୍ୟ ଦେଖାଏ ।

ଟିକିଏ ପରେ ସୂର୍ଯ୍ୟ ପୂରା ବୁଡ଼ିଯାଏ । ସୂର୍ଯ୍ୟର ଆଖି ଝଲସା ରୂପ ଲୁଚି ଗଲାରୁ ତା'ର ବାହାର ଭାଗରେ ଥିବା କମ୍ ଉଜଳ କିରୀଟ ମଣ୍ତଳ (କରୋନା) ଦେଖାଯାଏ । ଚନ୍ଦ୍ରର କଳା ଛାଇକୁ ଘେରି ନରମ ତୁଳା ମେଞ୍ଚାଏ ଭଳି ଏହା ମନେ

[[ଫାଇଲ:|401px|page=22]]