ପୃଷ୍ଠା:Akashare Luchakali.pdf/୨୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆକାଶରେ ଲୁଚକାଳି
୨୨
 


ଯାଆନ୍ତି । କିନ୍ତୁ ସୂର୍ଯ୍ୟର ତେଜରେ ଆମେ ସେଠାରେ ତାଙ୍କୁ ଦେଖି ପାରେନାହିଁ । ତେଣୁ ଉପର ଆକାଶରେ ଏହି ଗ୍ରହ ଦୁହିଁଙ୍କୁ ଖାଲିଆଖିରେ ଦେଖିବାର ସୁଯୋଗ କେବଳ ପୂର୍ଣ୍ଣ ପରାଗ ବେଳେ ଆସିଥାଏ ।

ଚନ୍ଦ୍ରଗ୍ରହଣ

ଚନ୍ଦ୍ରଗ୍ରହଣରେ କିଛି କଥା ଅଲଗା ହୁଏ । ପୃଥିବୀର ଆକାର ବେଶ୍ ବଡ ହୋଇଥିବାରୁ ତା'ର ଛାଇ ମଧ୍ୟ ସେହିଭଳି ବଡ ହୁଏ । ପୃଥିବୀର ପ୍ରଛାୟାରେ ଚନ୍ଦ୍ର ପୂରା ବୁଡିଗଲେ ଆମେ ପୂର୍ଣ୍ଣ ଗ୍ରାସ ଗ୍ରହଣ ଦେଖୁ । ଅଧା ରହିଲେ ଆଂଶିକ ଗ୍ରାସ ଦିଶେ । ପୃଥିବୀର ଉପଛାୟା ବେଶ୍ ଫିକା ହୁଏ । ଏହା ଚନ୍ଦ୍ର ଉପରେ ପଡିଲେ ମଧ୍ୟ ତାହା ଖାଲି ଆଖିରେ ଜଣାପଡେନାହିଁ । ତେଣୁ ଏହି ଅବସ୍ଥାକୁ ଗ୍ରହଣ ଭାବରେ ଧରା ଯାଏନାହିଁ । ନହେଲେ ପ୍ରତି ବର୍ଷ ଆମେ ଦୁଇଟି ଚନ୍ଦ୍ରଗ୍ରହଣ ଅଧିକା ଦେଖୁଥା'ନ୍ତେ ।

[[ଫାଇଲ:|402px|page=24]]