ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୧୮

ତହିଁରେ ବାହୁ, କର, ଅଙ୍ଗୁଳି ସମସ୍ତ ତାହାର ରକ୍ଷକ ହୋଇଅଛି । ଜୀବନର ରକ୍ଷାର ନିମନ୍ତେ ସେମାନେ ବିହିତ କର୍ମ ସମସ୍ତ କରନ୍ତି । ଏହି ନିମନ୍ତେ ଅଙ୍ଗୁଳିଗଣ ନାନା ସନ୍ଧି ଓ କଠିଣ ମାଂସ ଶିରାରେ ନିର୍ମିତ ହୋଇ କାର୍ଯ୍ୱ ବିଷୟରେ ଅତ୍ୟନ୍ତ ତ‌ତ୍‌ପର ଅଛି ।

ଶିଷ୍ୟ । ବାମ ହସ୍ତଠାରୁ ଦକ୍ଷିଣ ହସ୍ତରେ କି ମାଂସପେଶୀ ଅଧିକ ସଂଖ୍ୟା କିଅବା ଅଧିକ ଟାଣୁଆ ?

ଗୁଋ । ତାହା ନୋହେ । ବାଲ୍ୟକାଳ‌ଋ ଦକ୍ଷିଣ ହସ୍ତରେ ସମସ୍ତ କର୍ମ କରୁଅଛୁଁ ଏନିମନ୍ତେ ସେହି ଅଭ୍ୟାସରେ ଆମ୍ଭମାନଙ୍କ ଦକ୍ଷିଣ ହସ୍ତ କର୍ମରେ ଅଧିକ ନିପୁଣ ।

ଶିଷ୍ୟ । ଏ ବିଷୟରେ କି ଆଉ କୌଣସି କଥା ଅଛି ?

ଗୁଋ । ହାଁ, ଏଥିରେ ଆଉ ଏକ ବିଷୟ ବିବେଚନାର ଯୋଗ୍ୟ ଅଛି । ଦେଖ, ପ୍ରତିଦିନ କର୍ମ କରୁ ୨ ଆମ୍ଭମାନଙ୍କର ହସ୍ତ କ୍ଷୟ ନୋହି ବରଂ କ୍ରମ୍ୟେ କଠିଣ ଓ ସ୍ଥୂଳ ହୁଅଇ ପୁଣି ତହିଁଋ ସ୍ପର୍ଶ ଗୁଣର ଅତ୍ୟନ୍ତ ହାନି ନ ହୁଅଇ ସେହିଋପେ ଦୁଇ ଚରଣର ବିଷୟ ଜାଣିବ । ଆଉ ଦେଖ, ବଡ ଅଙ୍ଗୁଷ୍ଠି ଏମନ୍ତ ସ୍ଥାନରେ ସ୍ଥାପିତ ହୋଇଅଛି ଯେ ତହିଁରେ ଆଉ ଅଙ୍ଗୁଳି ସମସ୍ତ ଶକ୍ତିଯୁକ୍ତ ହୋଇ ଉତ୍ତମଋପେ ଧାରଣ କରିବାକୁ ପାରନ୍ତି ତହିଁରେ ଏହି ପାଞ୍ଚ ଅଙ୍ଗୁଳିଦ୍ୱାରା ଅନାୟାସରେ ଲେଖନ ଓ ଚିତ୍ରକର୍ମ ଓ ଯନ୍ତ୍ରାଦି ବାଜଣା ଇତ୍ୟାଦି କର୍ମରେ ପାରକ ହେଉଅଛନ୍ତି । ଏହା ବିନୁ ଶରୀରର ସମସ୍ତ ଅଙ୍ଗ ଏକତ୍ର କରିବା ନିମନ୍ତେ ନୂତନ ବସ୍ତ୍ରର ପ୍ରାୟେ ଏକ ଆଶ୍ଚର୍ଯ୍ୱ ନିର୍ମିତ ସୁକ୍ଷ୍ମ ଚର୍ମ ସର୍ବାଙ୍ଗରେ ଆଚ୍ଛାଦିତ ଅଛି ପୁଣି ତାହାର ମଧ୍ୟରେ ଅସଂଖ୍ୟ କ୍ଷୁଦ୍ର ରନ୍ଧ୍ରଯୁକ୍ତ ଲୋମକୂପ ସମସ୍ତ ଅଛି ।

ଶିଷ୍ୟ । ଲୋମକୂମ ହେବାର କି ଫଳ ?

ଗୁଋ । ସେ ଲୋମକୂପରେ ଶରୀରସ୍ଥ ଦୁଷ୍ଟ ଝାଳ ବାହାର ହୁଅଇ । ଆମ୍ଭମାନଙ୍କର ଶରୀର ସ୍ୱାସ୍ଥ୍ୟର ନିମନ୍ତେ ସର୍ବଦା ସେ ଝାଳ ନିର୍ଗତ