ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୨୦

ଶୁଷ୍କ ହୁଅଇ । ଏହି ଶୋଷକ ନାଡୀର ବିଶେଷ ନାମ ଦୁଗ୍ଧପ୍ରବାହକ ନାଡୀ ସେ ଉଦରର ମଧ୍ୟରେ ଅତି ଆଶ୍ଚର୍ଯ୍ୟ ଋପେ ନିର୍ମିତ ଅଛି । ସେ ଉଦରର ନାଡୀ ଦୀର୍ଘରେ ପ୍ରାୟେ କୋଡିଏ ହାତ ପରିମାଣ ହୋଇ ହିଁ ବେଷ୍ଟନରେ ଅତି ଅଳ୍ପ ସ୍ଥାନରେ ଥାୟେ ।

ଶିଷ୍ୟ । ଖାଇଲା ଦ୍ରବ୍ୟରୁ କି ପ୍ରକାରେ ଶରୀର ରକ୍ଷା ହୁଅଇ ।

ଗୁରୁ । ଖାଇଲା ଦ୍ରବ୍ୟର ସ୍ନିଗ୍ଧରସ ଅର୍ଥାତ ଯାହାକୁ ଅନ୍ନରସ ବୋଲି ସେ ରସ ଉତ୍ପନ୍ନ ହୋଇ ବକ୍ଷସ୍ଥଳସ୍ଥ ପ୍ରଣାଳୀ ଦ୍ୱାରା ଅନ୍ତଃକରଣରେ ପ୍ରବେଶ ହୋଇ ରକ୍ତ ହୁଅଇ ।

ଶିଷ୍ୟ । ଏହା କେମନ୍ତ କରି ଜନ୍ମଇ ?

ଗୁରୁ । ଅନ୍ତଃକରଣ ସେ ଅନ୍ନରସ ଗ୍ରହଣ କରି ଫୁସ୍ଫୂସିରେ ପ୍ରବେଶ କରାଇଲେ ଫୁସ୍ଫୂସିରେ ସେ ସମସ୍ତ ରସ ରକ୍ତ ହୁଅଇ । ପୁଣି ନଳୀରେ ଯେ ଅଚ୍ଚପା ନାମକ ବାୟୁ ଫୁସ୍ଫୂସିରେ ପ୍ରବେଶ ହୁଅଇ ତହିଁରେ ସେ ରକ୍ତ ପରିଷ୍କୃତ ହୋଇ ପୁନର୍ବାର ଅନ୍ତଃକରଣରେ ପ୍ରବେଶ ହୁଅଇ । ଏହିଋପେ ଉତ୍ତମ ରକ୍ତ ଜନ ଶରୀରକୁ ରକ୍ଷା କରଇ ।

ଶିଷ୍ୟ । ରକ୍ତର ଚାଲଣା କି ପ୍ରକାରେ ହୁଅଇ ?

ଗୁରୁ । ଏ ବିଷୟରେ ଜୀବନ ରକ୍ଷାର ବଡ ଏକ ସାର କଥା ଅଛି ଅର୍ଥାତ ଅନ୍ତଃକରଣର ଏମନ୍ତ ଏକ ଶକ୍ତି ଅଛି ଯେ ତହିଁରେ ଆପଣା ରନ୍ଧ୍ର ଫିଟାଇବାକୁ ଓ ବନ୍ଦ କରିବାକୁ ପାରଇ । ରନ୍ଧ୍ର ମୁକ୍ତ କରିବାର ନାମ ଅନ୍ତଃକରଣର ମେଳା ପୁଣି ବନ୍ଦ କରିବାର ନାମ ଅନ୍ତଃକରଣର ସଙ୍କୋଚତା ଏହି ଦୁଇ କର୍ମ ଯେ ପର୍ଯ୍ୟନ୍ତେ ଚଳଇ ତାବତ୍ ଆମ୍ଭେମାନେ ଜୀବନ ଧାରଣ କରିବାକୁ ପାରି । ଯେହେତୁ ମେଳାଇବାରେ ଅନ୍ତଃକରଣରେ ରକ୍ତ ଅଣାଯାୟେ ପୁଣି ସଙ୍କୋଚତାରେ ରକ୍ତବାହିନୀ ନାଡୀରେ ରକ୍ତ ପ୍ରବେଶ ହୁଅଇ । ଏଥିରେ ଅନୁମାନ ହୁଅଇ ଯେ ନିଦ୍ରିତ କିଅବା ଜାଗ୍ରତ କ୍ଷୁଦ୍ର