ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୨୮

ପଶୁ ଭୋଜନର ନିମନ୍ତେ ହୁଅଇ ପୁଣି କେତେକ ଅବା ବସ୍ତ୍ରର ନିମନ୍ତେ ହୁଅଇ । ଆଉ ବନସ୍ଥ ପଶୁରେ ଅନେକ ହିଂସ୍ର ଜନ୍ତୁର ବୃଦ୍ଧି ହେବାକୁ ନ ପାରଇ । ପୁଣି ମନୁଷ୍ୟମାନେ ଆପଣା ବନ୍ଧୁବାନ୍ଧବ ଓ ସଂସାରଧର୍ମ ପରିତ୍ୟାଗ କରି ସେମାନଙ୍କର ଭୟରେ ବନବାସ କରିବାକୁ ନ ପାରନ୍ତି । ପୁଣି ସେମାନଙ୍କର ଠାରେ ଇଶ୍ୱରୀୟ କର୍ମର ମହତ୍ତ ଓ ନାନା ଭାବ ଦେଖା ହେଉଅଛି । ଯେହେତୁ ଦେଖ, କ୍ଷୁଦ୍ର କୀଟ ଆଦିକରି ହସ୍ତି, ସିଂହ, ଗଣ୍ଡା ଇତ୍ୟାଦି ଅଧିକ ଯେ ସମସ୍ତ ବଡ ଜନ୍ତୁ ଅଛନ୍ତି ତାହା ସାକ୍ଷାତ ଦେଖା ହେଉଅଛି । ପୁଣି ପ୍ରତ୍ୟେକ ଜନ୍ତୁମାନଙ୍କୁ ଉଚିତ ଭୋଜନ ଦ୍ରବ୍ୟ ଦେଇ ପରମେଶ୍ୱର ପ୍ରତିପାଳନ କରିଅଛନ୍ତି ତାହାଇ ଦେଖା ହେଉଅଛି ।

ଶିଷ୍ୟ । କେତେ ବର୍ଗରେ ପଶୁର ଭେଦ ହୁଅଇ ?

ଗୁରୁ । ଦନ୍ତର ସଂଖ୍ୟା ପୁଣି ଦନ୍ତର ସ୍ଥାନ ପୁଣି ଦନ୍ତର ଅକାରରେ ସାତ ବର୍ଗରେ ପଶୁ ବିଭକ୍ତ ହୁଅଇ ।

ଶିଷ୍ୟ । ପ୍ରଥମ ବର୍ଗର ମଧ୍ୟରେ କି ପଶୁ ?

ଗୁରୁ । ମନୁଷ୍ୟ, ବାନର, ବନମନୁଷ୍ୟ, ଲିସର, ବାଦୁଡି, ଇତ୍ୟାଦି ପ୍ରଥମ ବର୍ଗର ମଧ୍ୟରେ ହୁଅଇ । ଏମାନଙ୍କର ମୁଗରେ ପାଟିର ଚାରି ଦନ୍ତ ସମାନ ହୁଅଇ । ପୁଣି ବକ୍ଷସ୍ଥଳରେ ଦୁଇ ସ୍ତନ ଥାୟେ ।

ଶିଷ୍ୟ । ଏ ସମସ୍ତ ପଶୁର କି ମନୁଷ୍ୟର ଦନ୍ତର ନ୍ୟାୟ ଦନ୍ତ ହୁଅଇ ?

ଗୁରୁ । ହାଁ, ପ୍ରାୟ ଏମାନଙ୍କର ସମସ୍ତର ଦନ୍ତ ମନୁଷ୍ୟ ଦନ୍ତରୁ ନ୍ୟାୟ ପ୍ରମାଣ କେବଳ ଦ୍ୟଦୁତିର ସେଋପେ ନୁହଇ ।

ଶିଷ୍ୟ । ମନୁଷ୍ୟ ଯେ ଦାନରାଦି ପଶୁର ମଧ୍ୟରେ ଗଣିତ ହୁଅଇ ଏ ବଡ ଦୁଃଖର କଥା ।

ଗୁରୁ । କେହି ମନୁଷ୍ୟକୁ ଏକ ଭିନ୍ନ ବରାଗ ଜାଣନ୍ତି ତେବେ