ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୧୪

ଏତେବେଳେ ବୁଝିବାକୁ ନ ପାରିବ ପୁଣି ଏକ୍ଷଣେ ତୁମ୍ଭର ଯାହା ପ୍ରୟୋଜନ ତାହା ଆମ୍ଭେ କହି । କର୍ଣ୍ଣ ଚର୍ମରେ ଏମନ୍ତ କଠିଣଋପେ ନିର୍ମିତ ଅଛି ଯେ ସର୍ବଦା ଠିୟା ହୋଇ ଶବ୍ଦ ଗ୍ରହଣ କରଇ ତାହାର ରନ୍ଧ୍ର ଦେଇ ମସ୍ତକର ମଧ୍ୟରେ ଶବ୍ଦ ପ୍ରବେଶ ହୁଅଇ ।

ଶିଷ୍ୟ । ଏକକୁଆରେକ କଥାବାର୍ତ୍ତା ସମୟରେ ଆମ୍ଭେମାନେ କି ପ୍ରକାରେ ଅତି ଶୀଘ୍ର ତାହା ଶୁଣିବାକୁ ପାଇ ?

ଗୁଋ । ଆମ୍ଭେମାନେ ଯେମନ୍ତ ସମସ୍ତ କଥା ଅତିଶୀଘ୍ର ଶୁଣିବାକୁ ପାଇ ଏକାରଣେ ପରମେଶ୍ୱର ଅନୁଗ୍ରହ କରି ଶବ୍ଦର ଏମନ୍ତ ଶୀଘ୍ରଗତି କରିଅଛନ୍ତି ଯେ ବନ୍ଧୁକର ଗୁଳିଠାରୁ ଶବ୍ଦ ଦ୍ୱିଗୁଣ ଶୀଘ୍ର ଚଳଇ ।

ଶିଷ୍ୟ । ଏ ବଡ ଆଶ୍ଚର୍ଯ୍ୱ । ପୁଣି ଆଘ୍ରାଣର ବିଷୟ ଅବଧାନ ପୂର୍ବରେ କିଛି ନ କହିଲ ତାହା ଶୁଣିବାକୁ ଆମ୍ଭର ବଡ ବାଞ୍ଛ ।

ଗୁଋ । ଆମ୍ଭେମାନେ ଯେମନ୍ତ ଭୋଜନର ପୂର୍ବେ ଗନ୍ଧରେ ସୁସ୍ୱାଦୁ ପୁଣି ଅସ୍ୱାଦୁ ଦ୍ରବ୍ୟ ବୁଝିବାକୁ ପାରି ଏହି ହିତର ନିମନ୍ତେ ଜ୍ଞାନବାନ ସୃଷ୍ଟିକର୍ତ୍ତା ଆମ୍ଭମାନଙ୍କର ମୁଖର ଉପର ଭାଗରେ ନାସିକା ସ୍ଥାପନ କରିଅଛନ୍ତି, ଆଉ ସେ ନାସିକାର ରନ୍ଧ୍ର ନିପୁଣତାରେ ନିର୍ମାଣ କରିଅଛନ୍ତି । ଯେମନ୍ତ ଅତିଶୀଘ୍ର ଗନ୍ଧ ଗ୍ରହଣ ହୁଅଇ ପୁଣି ମସ୍ତକର ସମସ୍ତ ଶ୍ଳେଷ୍ମା ଯେମନ୍ତ ସେ ରନ୍ଧ୍ର ପଥରେ ବାହାର ହୁଅଇ ଏନିମନ୍ତେ ତାହାର ତଳଭାଗ ପ୍ରଶସ୍ତ କରି ନିର୍ମାଣ କରିଅଛନ୍ତି । ଆଉ ଭୋଜନ ସମୟରେ ଯେବେ ମୁଖ ବାଟରେ ବାୟୁ ବାହାର କରିବାକୁ ନ ପାରି ସେ ସମୟେ ସେ ରନ୍ଧ୍ରରେ ନିଶ୍ୱାସ ତ୍ୟାଗ କରି ।

ଶିଷ୍ୟ । ଅସ୍ୱାଦ ଗ୍ରହଣ ପୁଣି ସର୍ଶର ବିଷୟ ଆପଣ କିଛି ଜାଣନ୍ତି ?

ଗୁଋ । ହାଁ, ଅସ୍ୱାଦ ଗ୍ରହଣରେ ଆମ୍ଭେମାନେ ଭଲ ମନ୍ଦ ଖାଦ୍ୟ ସାମଗ୍ରୀ ନିଶ୍ଚୟ କରିବାକୁ ପାରି । ଆଉ ତହିଁରେ ଅନେକ ସୁଖ ଅଛି । ମସ୍ତକରେଇ ଆଉ ସବୁ ଇନ୍ଦ୍ରିୟର ସ୍ଥାନ ଅଛି କେବଳ ସର୍ଶେନ୍ଦ୍ରିୟ ସର୍ବାଙ୍ଗରେ ବ୍ୟାପି ଥାୟେ ।