ସହଯୋଗ:ବିଷୟବସ୍ତୁ/ଛବି

ଉଇକିପାଠାଗାର‌ରୁ
ଛବି

ଅନେକ ବହିରେ ଛବି ରହିଥାଏ । ଉଇକିପାଠାଗାରରେ ସମ୍ପାଦନା କଲାବେଳେ ସେ ଛବିମାନ ଲେଖା ଭିତରେ ରଖିବା ପାଇଁ ଏକ ସୁବିଧା ବାଟ ଅଛି । କିପରି ଛବି ଯୋଡ଼ିବେ ତଳେ ଦେଖନ୍ତୁ :

ଏହି ଲିଙ୍କକୁ ଯାଇ ବାକ୍ସ ଭିତରେ ଥିବା ଲେଖା କପି କରିନିଅନ୍ତୁ ।
ଏହି ବ୍ୟବହାରକାରୀ:ନିଜ ଇଉଜର ନାମ/common.js ପୃଷ୍ଠାଟି ତିଆରି କରନ୍ତୁ । ଏଠାରେ ନିଜ ଇଉଜର ନାମ ହେଉଛି ଡାହାଣ ପଟେ ଉପରେ ଥିବା ଆପଣଙ୍କ ଇଉଜର ନାମ। ଲଗ ଇନ କଲାବେଳେ ଆପଣ ସଦାବେଳେ ତାହା ବ୍ୟବହାର କରୁଥିବେ । କପି କରିଥିବା ଲେଖା ସେହି ପୃଷ୍ଠାରେ ପେଷ୍ଟ କରି ସାଇତିବେ ।
ତଳେ ଥିବା ଲେଖା କପି କରିନିଅନ୍ତୁ ।
importScript( 'User:'''ନିଜ ଇଉଜର ନାମ'''/scripts/cropimage.js' );
ଏବେ ବ୍ୟବହାରକାରୀ:ନିଜ ଇଉଜର ନାମ/scripts/cropimage.js ପୃଷ୍ଠାଟିଏ ତିଆରି କରନ୍ତୁ । ଏଠାରେ ନିଜ ଇଉଜର ନାମ ହେଉଛି ଡାହାଣ ପଟେ ଉପରେ ଥିବା ଆପଣଙ୍କ ଇଉଜର ନାମ । ଲଗ ଇନ କଲାବେଳେ ଆପଣ ସଦାବେଳେ ତାହା ବ୍ୟବହାର କରୁଥିବେ । କପି କରିଥିବା ଲେଖା ସେହି ପୃଷ୍ଠାରେ ପେଷ୍ଟ କରି ସାଇତିବେ ।
ଏବେ କୌଣସି PDFରେ ଥିବା ବହି ଖୋଲିଲେ ତଳେ ରେ ଦର୍ଶାଯାଇଥିବା ଭଳି ଆପେ ଆପେ ଆଇକନଟିଏ ଦିଶିବ । ସେଥିରେ କ୍ଲିକ କରନ୍ତୁ । ଛୋଟ ଉଇଣ୍ଡୋରେ ଛବିଟି ବାଁ ପଟେ ଦିଶିବ । ଦରକାର ମୁତାବକ ସେଥିରୁ କିଛି ଭାଗ/ସମ୍ପୂର୍ଣ୍ଣ ମାଉସ କର୍ସରରେ ବାଛନ୍ତୁ । Done ରେ କ୍ଲିକ କଲେ ଆପେ ଆପେ ଛବି ପାଇଁ କୋଡ଼ ପୃଷ୍ଠାରେ ବସିଯିବ । ପୃଷ୍ଠାଟି ସାଇତିଲେ ଆପେ ଆପେ ଛବିଟି ଦିଶିବ ।